ନୂଆଦିଲ୍ଲୀ: କମନୱେଲଥ ଗେମକୁ ନେଇ ଭାରତକୁ ବଡ ଝଟକା ଲାଗିଛି । ଭାରତର ଷ୍ଟାର ଆଥଲେଟ ତଥା ଜେଭଲିନ ଥ୍ରୋରେ ନୀରଜ ଚୋପ୍ରା ଆହତ ହୋଇଥିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନ ରାଜୀବ ମେହତା ସୂଚନା ପ୍ରଦାନ କରିଛନ୍ତି । ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଆନସିପ ପରେ ନୀରଜଙ୍କର ଏମଆରଆଇ ସ୍କାନ ହୋଇଥିଲା । ଏଥିରେ ସେ ଇଞ୍ଜରୀ ହୋଇଥିବା ଜଣାପଡିଛି । ବର୍ତ୍ତମାନ ନୀରଜଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ନୀରଜ ବାହାର ହେବା ପରେ ଭାରତର ପଦକ ଆଶା ମଧ୍ୟ ମଉଳିଯାଇଛି ।