ବର୍ମିଂହାମ : ଇଂଲଣ୍ଡର ବୋଲର ଷ୍ଟ୍ରିୱାଟ ବ୍ରୋଡଙ୍କ ନାମରେ ଟେଷ୍ଟ କ୍ରିକେଟରେ ମହଙ୍ଗା ଓଭର ରେକର୍ଡ ଯୋଡ଼ି ହୋଇଛି । ସେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରେ ମହଙ୍ଗା ଓଭର ପକାଇଛନ୍ତି । ଭାରତ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ସେ ଇଂଲଣ୍ଡ ପକ୍ଷରୁ ୮୪ ତମ ଓଭର ବଲ ପକାଇଥିଲେ । ଏହି ଓଭରେ ସେ ୩୫ ରନ ଦେଇଥିଲେ । ଏହି ଓଭରରେ ସାମ୍ନା କରୁଥିବା ଭାରତୀୟ କ୍ୟାପଟେନ ଯଶପ୍ରୀତ ବୁମ୍ରା ୩୫ ରନ କରିଥିଲେ । ଅବଶ୍ୟ ଏହି ମ୍ୟାଚରେ ଏହି ଖେଳାଳି ନିଜ ଟେଷ୍ଟ କ୍ୟାରିଅରର ୫୫୦ ତମ ୱିକେଟ ହାସଲ କରିଥିଲେ । ସେହିପରି ଟି୨୦ରେ ମଧ୍ୟ ବ୍ରୋଡଙ୍କ ନାମରେ ସବୁଠାରୁ ମହଙ୍ଗା ଓଭର ରେକର୍ଡ ରହିଛି । ସେ ପକାଇଥିବା ଗୋଟିଏ ଓଭର ବଲରେ ୬ଟି ଛକା ମାରିଥିଲେ ଯୁବରାଜ ସିଂ । ୨୦୦୭ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଏହି ରନ ବର୍ଷା ଦେଖିବାକୁ ମିଳିଥିଲା ।