ନୂଆଦିଲ୍ଲୀ : ଏସିଆ କପ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ । ଏଥିରୁ ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କୁ ବାଦ ଦିଆଯାଇଥିଲା । ପୀଠିରେ ସମସ୍ୟା କାରଣରୁ ସେ ଚୟନ ଲାଗି ଉପଲବ୍ଧ ନଥିଲେ । ଏବେ ସେ ଏନସିଏରେ ରହି ସୁସ୍ଥ ହେଉଥିବା ବେଳେ କେବେ ସେ ସୁସ୍ଥ ହେବେ ସେ ନେଇ କେଣସି ସୂଚନା ମିଳିପାରୁ ନାହିଁ । ଏ ପରିସ୍ଥିତିରେ ସେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ବୁମରା ନ ଖେଳିବା ଚିନ୍ତାର ବିଷୟ । ଟି-୨୦ ବିଶ୍ୱକପ ଖେଳାଯିବାକୁ ଆଉ ଦୁଇମାସ ବାକି ଅଛି । ସେ ଏବେ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲର । ବୁମରା ପୂର୍ବରୁ ମଧ୍ୟ ପିଠି ସମସ୍ୟାକୁ ନେଇ ଅନେକ ସିରିଜରୁ ବାଦ ପଡ଼ିଛନ୍ତି । ଭାରତୀୟ ଟିମର ପ୍ରମୁଖ ଦ୍ରୁତ ବୋଲର ହୋଇଥିବା ଯୋଗୁ ବୁମ୍?ରାଙ୍କ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛ ।