ଇଂଲଣ୍ଡରେ କ୍ୟାପଟେନ କୁଲ

ଧୋନୀ ଲଣ୍ଡନରେ ନିଜ ୪୧ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ପ୍ଲାନ କରିଛନ୍ତି…

ନୂଆଦିଲ୍ଲୀ : ଇଣ୍ଡିଆନ କ୍ରିକେଟର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଏବେ ଇଂଲଣ୍ଡରେ ପହଞ୍ଚିଛନ୍ତି । ଧୋନୀଙ୍କ ଇଂଲଣ୍ଡ ଯିବାର କାରଣ ଏବଂ ଆଗାମୀ ପ୍ଲାନକୁ ନେଇ ସୂଚନା ଦେଇଛନ୍ତି ପତ୍ନୀ ସାକ୍ଷୀ ଧୋନୀ । ଏବେ ଧୋନୀ ଏବଂ ପରିବାର ଛୁଟି ମନାଇବାକୁ ଏଠାରେ ପହଞ୍ଚିଛନ୍ତି । ଏହାସହିତ ଏଠାରେ ଏକ ବଡ ପ୍ଲାନ ମଧ୍ୟ କରିଥିବା ଜାଣିବାକୁ ମିଳିଛି । ଧୋନୀ ଲଣ୍ଡନରେ ନିଜ ୪୧ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ପ୍ଲାନ କରିଛନ୍ତି । ସେଥିପାଇଁ ପରିବାର ସହ ସେ ଲଣ୍ଡନରେ ପହଞ୍ଚିଥିବା କହିଛନ୍ତି ଧୋନୀ । ଆସନ୍ତା ଜୁଲାଇ ୭ରେ ୪୧ ବର୍ଷରେ ପାଦ ଥାପିବେ ଧୋନୀ । ସେପଟେ ଭାରତୀୟ ଟିମ ମଧ୍ୟ ଏ;ବ ଇଂଲଣ୍ଡ ଗସ୍ତରେ ରହିଛି । ତେଣୁ ଧୋନୀ ଟିମ ଇଣ୍ଡିଆର ସଦସ୍ୟ ମାନଙ୍କ ସହ ମଧ୍ୟ ଜନ୍ମଦିନ ପାଳନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।