ଇତିହାସ ରଚିଲେ ଚାନ୍ଦିମାଲ

ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି…

କଲମ୍ବୋ: ଅଷ୍ଟ୍ରେଲିଆ ବିପକ୍ଷ ଗାଲେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନ ଦିନେଶ ଚାନ୍ଦିମାଲ ଦ୍ୱିତଶତକ ଅର୍ଜନ କରି ଇତିହାସ ରଚିଛନ୍ତି । ତାଙ୍କର ଅପରାଜିତ ୨୦୬ ରନ କରିଥିଲେ । ଚାନ୍ଦିମାଲ କଙ୍ଗାରୁ ଦଳ ବିରୋଧରେ ଦ୍ୱିଶତକ ଅର୍ଜନ କରିବାରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ହୋଇଛନ୍ତି । ସେହିପରି ଚାନ୍ଦିମାଲ ଶ୍ରୀଲଙ୍କା ତରପରୁ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଶ୍ରେଷ୍ଠ ସ୍କୋର କରିବାର ରେକର୍ଡ କରିଛନ୍ତି । ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସାଙ୍ଗାକାରା ୨୦୦୭ରେ ଅଷ୍ଟ୍ରେଲିଆ ବିରୋଧରେ ୧୯୨ ରନ କରିଥିଲେ ।