ଚିନ୍ତାରେ ପନ୍ତଙ୍କ ଫିଟନେସ

କାନେରିଆ କହିଛନ୍ତି, ଫିଟନେସ ଠିକ ନଥିବା କାରଣରୁ ପନ୍ତଙ୍କ ସଟ ଚୟନ ବି ଠିକ ରହୁ ନାହିଁ…

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଡ୍ରରେ ସମାପ୍ତ ହୋଇଛି । ଏହି ସିରିଜରେ କାମଚଳା ଅଧିନାୟକ ଋଷଭ ପନ୍ତଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା । ଏହି ୱିକେଟ କିପର ବ୍ୟାଟସମ୍ୟାନ ସିରିଜର ସମସ୍ତ ମ୍ୟାଚରେ ୨୯, ୫, ୬ ଏବଂ ୧୭ ରନ କରିଥିଲେ । ଚାରୋଟି ମ୍ୟାଚରେ ସେ ଗୋଟିଏ ପ୍ରକାରର ସଟ ଖେଳି ଆଉଟ ହୋଇଛନ୍ତି । ତାଙ୍କ ଆଉଟ ହେବା ଶୈଳୀକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ମହାନ ବ୍ୟାସମ୍ୟାନ ସୁନୀଲ ଗାଭାସ୍କର । ସେ କହିଥିଲେ ଏହି ଯୁବ ଖେଳାଳି ନିଜ ଭୁଲରୁ କିଛି ଶିଖି ପାରୁ ନାହାନ୍ତି ।

ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ ମଧ୍ୟ ପନ୍ତଙ୍କ ଫିଟନେସ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି । କାନେରିଆ କହିଛନ୍ତି, ଫିଟନେସ ଠିକ ନଥିବା କାରଣରୁ ପନ୍ତଙ୍କ ସଟ ଚୟନ ବି ଠିକ ରହୁ ନାହିଁ । କାରଣ ସେ ଜଣେ ୱିକେଟ କିପର । ସେ ଠିକରେ ନଇଁ ପାରୁ ନାହାନ୍ତି ବୋଲି କାନେରିଆ କହିଛନ୍ତି ।