ପ୍ରଶିକ୍ଷଣ ପାଇଁ ଚେନ୍ନାଇ ଆସିବେ କ୍ରିକେଟ ଅଷ୍ଟ୍ରେଲିଆ

ତେଣୁ କଙ୍ଗାରୁ ଦଳ ଭାରତ ଗସ୍ତ ନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ ଟିମ ୨୦୨୩ ଫେବୃଆରୀ-ମାର୍ଚ୍ଚ ମାସରେ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତ କରିବେ । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ରେ ପହଞ୍ଚିବା ଲାଗି ବିଶେଷ ଭାବେ ଭାରତୀୟ ଟିମ ପାଇଁ ସହଜ । ପେଟ କମିନ୍ସଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ଭାରତୀୟ ମାଟିରେ ୨୦୦୪ ପରେ ପ୍ରଥମ ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି । ତେଣୁ କଙ୍ଗାରୁ ଦଳ ଭାରତ ଗସ୍ତ ନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭାରତ ମୂଳ ନିବାସୀ ସ୍ପିନର ତନବୀର ସଂଘା ସମେତ ୮ ଜଣ ଅଷ୍ଟ୍ରେଲିଆ ଖେଳାଳି ଏମଆରଏଫ ପେସ ଫାଉଣ୍ଡେଶନ ସହିତ ବୁଝାମଣା କରିଛନ୍ତି । ଆସନ୍ତା ମାସ ତାଲିମ ପାଇଁ ଚେନ୍ନାଇ ଆସିବେ ।