ନିରାଶ କଲେ ଡିଫେଣ୍ଡିଂ ଚାମ୍ପିୟନ ପୂନମ ଯାଦବ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରତକୁ ଶକ୍ତ ଝଟକା ଲାଗିଛି । ୨୦୧୮ ଗୋଲ୍ଡକୋଷ୍ଟରେ…

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରତକୁ ଶକ୍ତ ଝଟକା ଲାଗିଛି । ୨୦୧୮ ଗୋଲ୍ଡକୋଷ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପୂନମ ଯାଦବ ବର୍ମିଂହାମରେ ସମସ୍ତଙ୍କୁ ନିରାଶ କରିଛନ୍ତି । ସମସ୍ତେ ତାଙ୍କ ଠାରୁ ଭାରୋତ୍ତୋଳନର ୭୬ କେଜି ବର୍ଗରେ ସ୍ୱର୍ଣ୍ଣ ଆଶା କରିଥିବା ବେଳେ ସେ ଶେଷ ସ୍ଥାନରେ ରହି ନାଟକୀୟ ଢଙ୍ଗରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତ । ସ୍ନାଚ ରାଉଣ୍ଡର ପ୍ରଥମ ପ୍ରୟାସରେ ପୂନମ ୯୫ କେଜି ଓଜନ ଉଠାଇବାକୁ ସକ୍ଷମ ହୋଇ ନଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ ।

ସେହିପରି ତୃତୀୟ ପ୍ରୟାସରେ ସେ ୯୮ କେଜି ଉଠାଇଥିଲେ । ସ୍ନାଚ ରାଉଣ୍ଡ ଶେଷ ବେଳକୁ ଭାରତର ପୂନମ ୯୮ କେଜି ଓଜନ ସହ ଦ୍ୱିତୀୟ ସ୍ଥାନ଼ରେ ନିଜକୁ ସାମିଲ କରିଥିଲେ । ପୂନମଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୨୨ ଥିବାରୁ ସେ ୧୧୬ରୁ ନିଜର ପ୍ରଥମ ପ୍ରୟାସ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ପ୍ରଥମ ପ୍ରୟାସ ଫେଲ ମାରିଥିଲା । ଦ୍ୱିତୀୟ ପ୍ରୟାସରେ ସେ ପୁଣି ୧୧୬ କେଜି ଓଜନ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତୃତୀୟ ପ୍ରୟାସରେ ଲିଫ୍ଟ କରିଥିଲେ ମଧ୍ୟ ତାଙ୍କ ଶରୀର ନିୟନ୍ତ୍ରଣ ମଧ୍ୟରେ ରହି ନଥିଲା । ଏହି ଲିଫ୍ଟକୁ ମଧ୍ୟ ଜଜମାନେ ନାକଚ କରିଥିଲେ ।