ଶାସ୍ତ୍ରୀଙ୍କ ପ୍ଲେଇଂ ଇଲେଭେନରୁ ଦୀନେଶ ଆଉଟ୍‌

ଆଉ କିଛି ଦିନ ପରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍‌ । କେଏଲ ରାହୁଲଙ୍କ…

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍‌ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ଏହି ସିରିଜ ଉପରେ କବଜା କରିବାକୁ ପ୍ରୟାସ କରିବ । କିନ୍ତୁ ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶରେ କିଏ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ନିଜର ପ୍ଲେଇଂ ଇଲେଭେନ ବାଛିଛନ୍ତି । ଯେଉଁଥିରେ ସେ ଅନେକ ଚକିତ କଲାଭଳି ନିଷ୍ପତ୍ତି ନେଇଛନ୍ତି । ଶାସ୍ତ୍ରୀ ପ୍ରଥମ ମ୍ୟାଚ ପାଇଁ କେଏଲ ରାହୁଲଙ୍କ ସହ ରୁତୁରାଜ ଗାଏକୱାଡଙ୍କୁ ଓପନର ଭାବେ ବାଛିଛନ୍ତି । ଏହାପରେ ଇଶାନ କିଷାନ, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ।

ସେ କହିଛନ୍ତି ଯେ, ରାହୁଲଙ୍କ ସହ ରୁତୁରାଜ ଓଫନିଂ କରିବା ଦଳ ପାଇଁ ଭଲ । ଇଶାନଙ୍କ ପାଇଁ ନମ୍ବର ୩ ସ୍ଥାନ ପ୍ରଯୁଜ୍ୟ । ଏହାରେ ଶ୍ରେୟସ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସିବେ । ବୋଲିଂ ବିଭାଗରେ ଅକ୍ଷର ପଟେଲ, ଭୁବନେଷ୍ୱର କୁମାର, ୟୁଜବେନ୍ଦ୍ର ଚହଲଙ୍କୁ ସେ ଦଳରେ ରଖିଛନ୍ତି । ଏହାସହ ଅର୍ଶଦୀପ ସିଂଙ୍କୁ ସେ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି । ସବୁଠୁ ବଡ କଥା ହେଲା ଶାସ୍ତ୍ରୀ ଦିନେଶ କାର୍ତ୍ତିକଙ୍କୁ ଦଳରେ ରଖି ନାହାଁନ୍ତି । ଆଇପିଏଲ ୨୦୨୨ରେ ଦିନେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ବାଙ୍ଗାଲୋର ପାଇଁ ବେଷ୍ଟ ଫିନିଶର ପାଲଟିଥିଲେ ।