ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜକୁ ନେଇ ଚିନ୍ତାରେ ଦ୍ରାବିଡ

ଇଷାନଙ୍କ ପାଖରେ ମ୍ୟାଚର ଅନୁଭବ ଥିଲେ ବି ସେ ଦ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖୁବ ପ୍ରଭାବିତ କରିଥିଲେ….

ନୂଆଦିଲ୍ଲୀ : ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜୁଲାଇ ୨୨ରୁ ଦିନିକିଆ ସିରିଜ ଖେଳିବ । ତେବେ ଦଳ ପାଇଁ ଓପନିଂ କିଏ କରିବ ତାକୁ ନେଇ ଦ୍ୱନ୍ଦ୍ୱରେ କୋଚ ରାହୁଲ ଦ୍ରାବିଡ । କାରଣ ୩ ଜଣ ଖେଳାଳି ଓପନିଂ ଦୌଡରେ ଅଛନ୍ତି । ଶିଖର ଭାରତୀୟ ପାଳି ଆରମ୍ଭ କରିବା ଥୟ । ତାଙ୍କ ସହ କିଏ ଓପନିଂ କରିବ ତାହା ଏବେ ଚିନ୍ତାର ବିଷୟ । କାରଣ ଦଳରେ ଇଷାନ କିଶନ, ଋତୁରାଜ ଗାଏକୱାଡ ଓ ଶୁଭମନ ଗିଲ ଅଛନ୍ତି । ଦ୍ରାବିଡଙ୍କୁ ଦ୍ୱିତୀୟ ଓପନର ବାଛିବା ପାଇଁ କସରତ କରିବାକୁ ହେବ । ଇଷାନଙ୍କ ପାଖରେ ମ୍ୟାଚର ଅନୁଭବ ଥିଲେ ବି ସେ ଦ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖୁବ ପ୍ରଭାବିତ କରିଥିଲେ ।

ସେହିପରି ଋତୁରାଜ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି ନାହାଁନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ୫୭ କରିଥିଲେ ମଧ୍ୟ ରାଜକୋଟ ଓ ବେଙ୍ଗାଲୁରୁରେ ଯଥାକ୍ରମେ ୫ ଓ ୧୦ ରନ କରିଥିଲେ । ଏତତ ବ୍ୟତୀତ ଗିଲଙ୍କ ପାଖରେ ତିନୋଟି ମ୍ୟାଚର ଅନୁଭବ ରହିଛି । ତେବେ ତାଙ୍କର ପଲ୍ଲା ଭାରି ରହିଛି । କାରଣ ସେ ଡାହାଣହାତୀ ବ୍ୟାଟର । ଭାରତ ବାମ ଓ ଡାହାଣହାତୀ ଖେଳାଳିଙ୍କୁ ଓପନିଂ ଦେଇଥାଏ । ଫଳରେ ଶୁବମନ ଓପନିଂ କରିବା ସମ୍ଭାବନା ଅଧିକ ।