ଦିନିକିଆ ଫର୍ମାଟର ଅସ୍ତିତ୍ୱ ଶେଷ ହେଉଛି: ପାକିସ୍ତାନ କ୍ରିକେଟର

ଏହାପରେ ଦିନିକିଆ କ୍ରିକେଟର ଅସ୍ତିତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି….

ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟର ତଥା ବୋଲର ୱାସିମ ଅକ୍ରମ କହିଛନ୍ତି ଦିନିକିଆ କ୍ରିକେଟ ମ୍ୟାଚ ଏବେ ପୁରୁଣା ହୋଇଯାଇଛି ଓ ପ୍ରଶାସନ ଏହାକୁ ବନ୍ଦ କରିବା ଆବଶ୍ୟକ । ଇଂଲଡ କ୍ରିକେଟର ବେନ ଷ୍ଟୋକ୍ସ ଅଚାନକ ଦିନିକିଆ କ୍ରିକେଟରୁ ସନ୍ୟାସ ନେବା ପରେ ଅକ୍ରମ ଏହି ବୟାନ ଦେଇଛନ୍ତି । ଏହାପରେ ଦିନିକିଆ କ୍ରିକେଟର ଅସ୍ତିତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅକ୍ରମ କହିଛନ୍ତି ମୋତେ ଲାଗୁଛି ଦିନିକିଆ କ୍ରିକେଟକୁ ବନ୍ଦ କରିଦେବା ଆବଶ୍ୟକ । ଇଂଲଣ୍ଡରେ ଷ୍ଟାଡିୟମରେ ଦର୍ଶକମାନଙ୍କର ଭିଡ଼ ଜମୁଛି କିନ୍ତୁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାରେ ଦିନିକିଆ କ୍ରିକେଟରେ ଷ୍ଟାଡିୟମ ଖାଲି ରହୁଛି । ସେ କହିଛନ୍ତି କେବଳ ନାଁକୁ ଦିନିକିଆ କ୍ରିକେଟ କରାଯାଉଛି । ଏହି ଫର୍ମାଟ ଏବେ ପୁରୁଣା ହୋଇଗଲାଣି ।

ବିଶେଷ କରି ଟି-୨୦ ଆସିବା ପରେ ୱାନଡେ କ୍ରିକେଟ ଏବେ ତଳକୁ ଖସୁଛି । ସେ କହିଛନ୍ତି ଟି-୨୦ କ୍ରିକେଟ ସହଜ । ୪ ଘଣ୍ଟାରେ ଖେଳ ସରିଯାଏ । ଟି-୨୦ ବା ଟେଷ୍ଟ କ୍ରିକେଟ ଏହା ଆଧୁନିକ କ୍ରିକେଟର ଅଂଶ । ୱାନଡେ କ୍ରିକେଟ ସରିବାକୁ ଯାଉଛି । ସେ କହିଛନ୍ତି ଟେଷ୍ଟ କ୍ରିକେଟରେ ମୁକାବିଲା ଭିତରେ ମୁକାବିଲା ରହିଛି । ମୋ ପସନ୍ଦ ସବୁବେଳେ ଟେଷ୍ଟ କ୍ରିକେଟରେ ରହିଛି ।