ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡର ବୃହତ୍ତ ବିଜୟ
ରୁଟଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି…
ନୂଆଦିଲ୍ଲୀ: ଲଣ୍ଡନର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଇଂଲଣ୍ଡ ୫ ୱିକେଟରେ ଜିତି ନେଇଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ହରାଇ ଘରୋଇ ଇଂଲଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ରବିବାର ଚତୁର୍ଥ ଦିନର ପ୍ରଥମ ସେସନରେ ହିଁ ମ୍ୟାଚର ପରିସମାପ୍ତି ଘଟିଛି । ତୃତୀୟ ଦିନର ଖେଳ ଶେଷ ପରେ ଇଂଲଣ୍ଡକୁ ଜିତିବା ପାଇଁ ୬୧ ରନ ଦରକାର ଥିଲା । ଜୋ ରୁଟଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ରୁଟ ଶତକ ହାସଲ କରିବା ସହ ଅପରାଜିତ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି । ବେନ ଫୋକ୍ସ ୩୨ ରନ କରି ଅପରାଜିତ ଅଛନ୍ତି । ଇଂଲଣ୍ଡ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ନ୍ୟୁଜିଲାଣ୍ଡ ।