ନୂଆଦିଲ୍ଲୀ : ଭାରତ-ୱେଷ୍ଟିଇଣ୍ଡିଜ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜକୁ ୨- ୦ରେ ଆଗୁଆ ଜିତିନେଇଛି ଟିମ ଇଣ୍ଡିଆ । ଦୁଇଟି ମ୍ୟାଚ୍ ବେଶ ସଂଘର୍ଷମୟ ହୋଇଥିଲା । ଅବଶ୍ୟ ପ୍ରଥମ ଦୁଇଟି ମ୍ୟାଚ ଜିତିନେଇଛି ଭାରତ କିନ୍ତୁ ଉଭୟ ଟିମ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ । ତେବେ ପ୍ରଥମ ମ୍ୟାଚରେ କମ ଓଭର ବୋଲିଂ ରେଟ ଯୋଗୁଁ ତଣ୍ଡ ଗଣିଛି ଭାରତୀୟ ଦଳ । ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆ ବେଳେ ସ୍ଳୋ ଓଭର ଯୋଗୁଁ ଟିମ ଇଣ୍ଡିଆର ଖେଳାଳିଙ୍କ ୨୦ ପ୍ରତିଶତ ଦରମା କଟାଯାଇଛି ।
ନିର୍ଦ୍ଧାରିତ ସମୟ ଠାରୁ ଭାରତୀୟ ବୋଲର ମାନେ ଗୋଟିଏ ଓଭର କମ ବୋଲିଂ କରିଥିଲେ । ଟିମ ଇଣ୍ଡିଆର ଅଧିନାୟକ ଶିଖର ଧାୱନ ଏହି ଜରିମାନାକୁ ଗ୍ରହଣ କରିନେଇଛନ୍ତି । ତେଣୁ ଆଉ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।