ବିଶ୍ୱକପରେ ବିରାଟଙ୍କ ଓପନିଂ କରିବା ପ୍ରସଙ୍ଗକୁ ଗମ୍ଭୀରଙ୍କ ବିରୋଧ
ଏବେ ରୋହିତ ଶର୍ମା ଏବଂ ଲୋକେସ ରାହୁଲ ପୁରାପୁରି ଭାବେ ଓପନିଂ କରିବାକୁ ଫିଟ ଅଛନ୍ତି…..
ନୂଆଦିଲ୍ଲୀ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ।ଏହା ପୂର୍ବରୁ ପ୍ରାୟ ଟିମ ସ୍କ୍ୱାଡ ଘୋଷଣା କରିସାରିଲେଣି । ଟିମ୍ ଇଣ୍ଡିଆ ୧୫ ଜଣିଆ ଦଳ ଘୋଷଣା କରିସାରିଥିବା ବେଳେ ୪ ଜଣଙ୍କୁ ଷ୍ଟାଣ୍ଡବାଏ ଭାବେ ସାମିଲ କରିଛି । ତେବେ ବିଶ୍ୱକପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଓପନିଂ କରନ୍ତୁ । ତେଣୁ ଚର୍ଚ୍ଚା ହେଉଛି ବିଶ୍ୱକପରେ ରୋହିତ-କୋହଲିଙ୍କୁ ଓପନିଂ ଯୋଡି ଭାବେ ଦେଖିବାକୁ ମିଳିବ ।
କିନ୍ତୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀର । ଗମ୍ଭୀର କହିଛନ୍ତି ବିରାଟ କୋହଲିଙ୍କ ବ୍ୟାଟିଂକୁ ନେଇ ଏଭଳି ବକୱାସ୍ କଥା କହିବା ଉଚିତ ନୁହେଁ । ଏବେ ରୋହିତ ଶର୍ମା ଏବଂ ଲୋକେସ ରାହୁଲ ପୁରାପୁରି ଭାବେ ଓପନିଂ କରିବାକୁ ଫିଟ ଅଛନ୍ତି । ତେଣୁ କୋହଲିଙ୍କୁ କାହିଁକି ଓପନିଂ କରିବାକୁ ଚାହୁଁଛନ୍ତି । ମୁଁ ପ୍ରଥମରୁ ମଧ୍ୟ ଏହା କହିସାରିଛି ଯେ ଏହି ପ୍ରସଙ୍ଗକୁ ନେଇ କୌଣସି ଚର୍ଚ୍ଚା ହେବା ଉଚିତ ନୁହେଁ ।
ଗମ୍ଭୀର କହିଛନ୍ତି ଯଦି ଦଳରେ ଓପନିଂ ଯୋଡି ୧୦ ଓଭର ଯାଏଁ ପଡିଆରେ ରହୁଛନ୍ତି ତେବେ ୩ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେବା ଉଚିତ । ଯାହା ଫଳରେ ଦଳର ରନ୍? ଗତି ବୃଦ୍ଧି ପାଇବ । ଯଦି ୱିକେଟ ପଡୁଛି ତେବେ ୩ ନମ୍ବରରେ ବିରାଟ କୋହଲିଙ୍କୁ ବ୍ୟାଟିଂ କରିବାକୁ ହେବ । ସୂଚନାଯୋଗ୍ୟ, ଆଇପିଏଲ ବେଳେ ହିଁ କୋହଲି ନିଜେ କହିଥିଲେ ଯେ ସେ ଓପନିଂ କରିବେ ଏବଂ ଟି-୨୦ ଫର୍ମାଟରେ ବି ଓପନିଂ କରିବାକୁ ଚାହାଁନ୍ତି । କିନ୍ତୁ ରାହୁଲ-ରୋହିତ ଯୋଡି ଏବେ ଓପନିଂ ଦାୟିତ୍ୱ ତୁଲାଉଛନ୍ତି ।