ପୁଣିଥରେ ମଇଦାନକୁ ଫେରିବେ ଗାଙ୍ଗୁଲି!

ସମସ୍ତ ଦେଶର ପୂର୍ବ କ୍ରିକେଟରଙ୍କୁ ନେଇ ଆୟୋଜିତ ହୋଇଥାଏ ଲିଜେଣ୍ଡସ ଲିଗ କ୍ରିକେଟ….

ନୂଆଦିଲ୍ଲୀ : ପୁଣିଥରେ ମଇଦାନକୁ ଫେରିବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଲିଜେଣ୍ଡସ ଲିଗରେ ଗାଙ୍ଗୁଲିଙ୍କ ଖେଳିବାକୁ ନେଇ ଏକ ଟ୍ୱିଟର ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟୁର୍ଣ୍ଣାମେଣ୍ଟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାଗ ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହି ପୋଷ୍ଟ ଏବଂ ନିଜ ଖେଳିବାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଦାଦା । ସମସ୍ତ ଦେଶର ପୂର୍ବ କ୍ରିକେଟରଙ୍କୁ ନେଇ ଆୟୋଜିତ ହୋଇଥାଏ ଲିଜେଣ୍ଡସ ଲିଗ କ୍ରିକେଟ । ଏଥିରେ ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନଙ୍କ ସମେତ ଦିବଙ୍ଗତ ଶେନ ୱାର୍ଣ୍ଣ ମଧ୍ୟ ଭାଗ ନେଇଥାନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚଳିତବର୍ଷ ସିଜନରେ ଯୋଡି ହେବେ ବୋଲି ଏହି ପୋଷ୍ଟରେ ଦର୍ଶାଯାଇଛି ।