ନିଜ ରେକର୍ଡ ନିଜେ ଭାଙ୍ଗିଲେ ଗେଲଡେନ ବଏ ନୀରଜ

ବିଶ୍ୱ ଚମ୍ପିଆନ ପିଟର ୯୦.୩୧ ମିଟର ଜାଭେଲିନ ଫିଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି…

ନୂଆଦିଲ୍ଲୀ : ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋର ଇଭେଣ୍ଟ ସ୍ୱର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି ନୀରଜ । ଏହା ସହିତ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ସ୍ଟକହୋଲମରେ ଡାଇମଣ୍ଡ ଲିଗ ଖେଳାଯାଇଛି । ସେଠାରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ଜୁନ ୧୪ରେ ହୋଇଥିବା ପାଭୋ ନୁରମି ଗେମ୍ସରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଏଥିରେ ସେ ରୌପ୍ୟ ପଦକ ଜିତିଥିଲେ । ୮୯.୩୦ ମିଟର ଜାଭଲିନ ଫିଙ୍ଗିଥିଲେ । ବିଶ୍ୱ ଚମ୍ପିଆନ ପିଟର ୯୦.୩୧ ମିଟର ଜାଭେଲିନ ଫିଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।