ଫାଇନାଲରେ ଗୋଲଡେନ ବଏ ନୀରଜ

ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ….

ନୂଆଦିଲ୍ଲୀ : ଭାରତର ସୁନା ପୁଅ ନୀରଜ ଚୋପ୍ରା ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଇଭେଣ୍ଟର ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ସିଧା ଫାଇନାଲ ଟିକେଟ ହାତେଇଛନ୍ତି । ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟର ଗ୍ରୁପ ଏରେ ଥିଲେ । ଏହି ଗ୍ରୁପରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି । ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ । ଏହାପୂର୍ବରୁ ସେ ୮୮.୩୯ ମିଟରରୁ ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି ।