ଅହମଦାବାଦ : ଚଳିତ ଆଇପିଏଲ୍ର ଉଦଘାଟନୀ ମ୍ୟାଚ୍ରେ ଚେନାଇ ସୁପରକିଙ୍ଗ୍ସକୁ ୫ୱିକେଟରେ ପରାସ୍ତ କରି ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନସ ବିଜୟରୁ ଆରମ୍ଭ କରିଛି ଅଭିଯାନ । ଚେନାଇ ସୁପରକିଙ୍ଗ୍ସ ଧାର୍ଯ୍ୟ କରିଥିବା ୧୭୯ରନ୍ ଟାର୍ଗେଟକୁ ପିଛା କରି ଗୁଜରାଟ ୧୯.୨ ଓଭରରେ ୫ୱିକେଟ ହରାଇ ୧୮୨ ରନ୍ ସଂଗ୍ରହ ସହ ସହଜରେ ହାସଲ କରି ନେଇଥିଲା ।
ଓପନର ରିଦ୍ଧମାନ ଶାଙ୍କ ୨୫, ଶୁବମନ ଗିଲ ୩୬ ବଲରୁ ୬୩, ସାଇ ସୁଦର୍ଶନ ୨୨, ବିଜୟଶଙ୍କର ୨୭ ଓ ରାହୁଲ ତେୱାତିଆୟଙ୍କ ଅପରାଜିତ ୧୫ ଏବଂ ରସିଦ୍ ଖାନ୍ଙ୍କ ୩ବଲରୁ ଅପରାଜିତ ୧୦ରନ୍ ଗୁଜରାଟ ବିଜୟ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା ।