ବିଶ୍ୱକପ ପରେ ଦିନିକିଆରୁ ଅବସର ନେବେ ହାର୍ଦ୍ଦିକ: ଶାସ୍ତ୍ରୀ

ପାଣ୍ଡ୍ୟା କେବଳ ଟି-୨୦ ଫର୍ମାଟ ଖେଳିବାକୁ ଚାହୁଁଛନ୍ତି ବୋଲି ରବି ଶାସ୍ତ୍ରୀ କହିଛନ୍ତି….

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପୂର୍ବତନ ହେଡ କୋଚ ରବି ଶାସ୍ତ୍ରୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦିନିକିଆ କ୍ୟାରିୟରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି, ୨୦୨୩ ବିଶ୍ୱକପ ପରେ ହାର୍ଦ୍ଧିକ ଦିନିକିଆରୁ ଦୂରେଇ ଯାଇପାରନ୍ତି । ଏହା ପଛରେ କାରଣ ରହିଛି । କାରଣ କ୍ରିକେଟର ମାନେ ଲଗାତାର ଭାବେ ୩ଟି ଯାକ ଫର୍ମାଟରେ ଖେଳିବା ହେତୁ ଶାରୀରିକ ଏବଂ ମାନସିକ ଭାବେ ଥକା ଅନୁଭବ କରୁଛନ୍ତି । ଶାସ୍ତ୍ରୀ କହିଛନ୍ତି ପାଣ୍ଡ୍ୟା ମୁଖ୍ୟତଃ ଟି-୨୦ କ୍ରିକେଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଥିନେଇ ତାଙ୍କର ସ୍ପଷ୍ଟତା ମଧ୍ୟ ରହିଛି । ଶାସ୍ତ୍ରୀ କହିଛନ୍ତି ଅନେକ ଖେଳାଳି ପୂର୍ବରୁ ହିଁ ଭାବିନିଅନ୍ତି କି ସେମାନେ କେଉଁ ଫର୍ମାଟରେ ଖେଳିବାକୁ ଅଧିକ ପସନ୍ଦ କରିବେ । ପାଣ୍ଡ୍ୟା କେବଳ ଟି-୨୦ ଫର୍ମାଟ ଖେଳିବାକୁ ଚାହୁଁଛନ୍ତି ବୋଲି ରବି ଶାସ୍ତ୍ରୀ କହିଛନ୍ତି ।