ଗୋଟିଏ ହାତରେ କ୍ୟାଚ ଧରି ଆଶ୍ଚର୍ଯ୍ୟ କଲେ ହେଟମାୟର

ସେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ ବେଳେ ଗୋଟିଏ ହାତରେ ଏକ କ୍ୟାଚ ନେଇଥିଲେ….

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ଟି୨୦ ସିରିଜ୍‌ ଖେଳାଯାଉଛି । ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ୧୩ ରନରେ ବିଜୟ ହାସଲ କରିଛି । ଏହାମଧ୍ୟରେ ଇଣ୍ଡିଜ ବ୍ୟାଟର ସିମରନ ହେଟମାୟର ନିଜ ଦମଦାର ଫିଲ୍ଡିଂ ପ୍ରଦର୍ଶନ କରିଛନ୍ତି । ସେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ ବେଳେ ଗୋଟିଏ ହାତରେ ଏକ କ୍ୟାଚ ନେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁସାରେ, ନ୍ୟୁଜିଲାଣ୍ଡ ବ୍ୟାଟିଂ ସମୟରେ ସ୍ମିଥ ବୋଲିଂ କରୁଥିଲେ । ସ୍ମିଥଙ୍କ ଏକ ବଲରେ ଗୁପ୍ଟିଲ ଛକା ମାରିବାକୁ ଚେଷ୍ଟା କରିଥିଲେ । ସଟ ବାଉଣ୍ଡରୀ ଲାଇନ ଅତିକ୍ରମ କରିବ ବୋଲି ସମସ୍ତଙ୍କୁ ଲାଗୁଥିଲା । କିନ୍ତୁ ହେଟମାୟର ଡାଇଭ କରି ଗୋଟିଏ ହାତରେ କ୍ୟାଚ ନେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।