ଅଜିଠୁ ଆରମ୍ଭ ଆଇସିସି ଚାମ୍ପିଅନ୍ସ ଟ୍ରଫି, ପାକିସ୍ତାନ- ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ଯାଚ

ଆଇସିସି ଚାମ୍ପିଅନ୍ସ ଟ୍ରଫି ଅଜିଠୁ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରଥମ  ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଓ ଦୁବାଇରେ ଖେଳାଯିବ ବୋଲି ସ୍ଥିର କରାଯାଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ପାକିସ୍ତାନର କରାଚି ନ୍ୟାସନାଲ ଷ୍ଟାଡିୟମରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।

ମୋଟ ଆଠଟି ଦଳକୁ ଚାରିଟି ଲେଖାଏଁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି ଏବଂ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ । ଭାରତୀୟ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ପାକିସ୍ଥାନରେ କୌଣସି ମ୍ଯାଚ ଖେଳିବନି ଭାରତ । ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବା ।

ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ସମୟରେ, ଟିମ୍ ଇଣ୍ଡିଆ, ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପାକିସ୍ତାନ ଏବଂ ଦୁବାଇରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହେବ ।