ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ ଟ୍ରଫିର ଦ୍ୱିତୀୟ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟୁଛି ଦକ୍ଷିଣ ଆଫ୍ରିକା । ଗ୍ରୁପ-ଏ’ର ପ୍ରଥମ ଓ ଦ୍ୱିତୀୟ ଟିମ୍ ଭାବେ ସ୍ଥାନ ପାଇଛନ୍ତି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି ।
ଲାହୋର ପିଚ୍ ନ୍ୟୁଜିଲାଣ୍ଡ ପାଇଁ ଲକି ସାବ୍ୟସ୍ତ ହୋଇଛି । ଉକ୍ତ ମଇଦାନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିବାର ରେକର୍ଡ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ସେମି ଫାଇନାଲରେ ତିନିଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବା ପାଇଁ ନ୍ୟୁଜିଲାଣ୍ଡ ନିଷ୍ପତି ନେଇଛି । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଖେଳିବାକୁ ନ୍ୟୁଜିଲାଣ୍ଡ ଦୃଢ଼ ଆଶା ପୋଷଣ କରିଛି । ମାର୍ଚ୍ଚ ୯ ତାରିଖ ଦିନ ଦୁବାଇ ଇଂଟରନ୍ୟାସନାଲ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।