ଆଇସିସି ଟି-୨୦ ବିଶ୍ୱକପ: ଗ୍ରୁପ-୨ରେ ଭାରତ

ଅଷ୍ଟ୍ରେଲିଆରେ ଚଳିତବର୍ଷ ଶେଷ ଆଡକୁ ଟି-୨୦ ବିଶ୍ୱକପ ହେବାକୁ….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଚଳିତବର୍ଷ ଶେଷ ଆଡକୁ ଟି-୨୦ ବିଶ୍ୱକପ ହେବାକୁ ଯାଉଛି । ଆୟରଲାଣ୍ଡ, ସ୍କଟଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ସହିତ ଜିମ୍ବାୱେ ଆଇସିସି ବିଶ୍ୱକପ ୨୦୨୨ର ପ୍ରଥମ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗ୍ରୁପ ବିରେ ଅନ୍ତିମ ସ୍ଥାନ ହାସଲ କରିଥିବା ଜିମ୍ବାୱେ ନେଦରଲାଣ୍ଡକୁ ହରାଇ ଯୋଗ୍ୟତା ଅର୍ଜନ କରିଛି । ଅକ୍ଟୋବର ୧୬ରୁ ଏହାର ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ ଷ୍ଟେଜର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ଗ୍ରୁପ-ଏରେ ନାମିବିଆ, ଶ୍ରୀଲଙ୍କା, ୟୁଏଇ ଏବଂ ନେଦରଲାଣ୍ଡକୁ ସ୍ଥାନ ମିଳିଥିବା ବେଳେ ଗ୍ରୁପ-ବିରେ ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି ।

ସେହିପରି ଗ୍ରୁପ-୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବ୍ୟତୀତ ଗ୍ରୁପ-ଏର ବିଜେତା ଏବଂ ଗ୍ରୁପ ଏର ଉପବିଜେତାଙ୍କୁ ସ୍ଥାନ ମିଳିଛି । ସେହିପରି ଗ୍ରୁପ-୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବ୍ୟତୀତ ଗ୍ରୁପ-ଏର ଉପ ବିଜେତା ଦଳ ଏବଂ ଗ୍ରୁପ-ବିର ଉପବିଜେତା ସାମିଲ । ଏହି ପରି ପ୍ରଥମ ପର୍ଯ୍ୟାୟରେ ୮ଟି ଦଳ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦଳ ରହିବେ ଏବଂ ସୁପର ୧୨ ମୁକାବିଲା ଖେଳିବେ ।