ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗ: ଶ୍ରେଷ୍ଠ ସ୍ଥାନରେ ରେଣୁକା

ଏହି ବୋଲିଂ ଯୋଗୁ ସେ ତାଙ୍କ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି….

ଦୁବାଇ : ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁର । ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେଣୁକା ଦମଦାର ବୋଲିଂ କରିଥିଲେ । ଏହି ବୋଲିଂ ଯୋଗୁ ସେ ତାଙ୍କ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି । ରେଣୁକା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୧ଟି ୱିକେଟ ଦଖଲ କରିଥିବାରୁ ପ୍ରଥମଥର ପାଇଁ ଆଇସିସି ବୋଲିଂ ରାଙ୍କିଙ୍ଗର ଟପ ୨୦ରେ ପ୍ରବେଶ କରିଛନ୍ତି । ସେହିପରି ମହିଳା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବେଥ ମୋନୀ ଶୀର୍ଷ ସ୍ଥାନକୁ ଫେରିଛନ୍ତ ।