ଜି’ର ଚ୍ୟାନେଲରେ ପ୍ରସାରଣ ହେବ ଆଇସିସି ୱାର୍ଲଡ କପ

ଅନ୍ୟପଟେ ଟିଭିରେ ଜୀ ଗ୍ରୁପର ଚ୍ୟାନେଲରେ ଆଇସିସିର ମ୍ୟାଚ ପ୍ରସାରଣ କରାଯିବ…..

ନୂଆଦିଲ୍ଲୀ: ଆଇସିସି ୱାର୍ଲଡ କପ ଏବଂ ଚାମ୍ପିୟନ ଟ୍ରଫିର ସିଧା ପ୍ରସାରଣ ଏବେ ଜୀ ଗ୍ରୁପର ଚ୍ୟାନେଲରେ ହେବ । ଜୀ ଗ୍ରୁପ ଏବଂ ଡିଜନୀ ଷ୍ଟାର ସହ ଏକ ବୁଝାମଣା ଉପରେ ହସ୍ତାକ୍ଷର କରିଛି । ଆଇସିସିର ମିଡିଆ ଅଧିକାର ଉପରେ ଏକ ଉପ-ଲାଇସେନସିଂ ଉପରେ ଜୀ ପକ୍ଷରୁ ହସ୍ତାକ୍ଷର କରାଯାଇଛି । ଏହି ବୁଝାମଣା ଅନୁସାରେ ଏବେ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ନିଜର ଚ୍ୟାନେଲ ଗୁଡିକରେ ପୁରୁଷ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଆଇସିସି ଅଣ୍ଡର ୧୯ ମ୍ୟାଚର ପ୍ରସାରଣ କରିପାରିବ ।

ତେବେ ଡିଜନୀ ଷ୍ଟାର ନିଜ ପାଖରେ ଏହାର ଡିଜିଟାଲ ଅଧିକାର ରଖିବ । ବୁଝାମଣା ଅନୁସାରେ, ଆଇସିସି ଟୁର୍ଣ୍ଣାମେଣ୍ଟ ସମୟରେ ମ୍ୟାଚର ଡିଜିଟାଲ ଷ୍ଟ୍ରିମିଂ ଡିଜନୀ ହଟଷ୍ଟାରରେ ହେବ । ଅନ୍ୟପଟେ ଟିଭିରେ ଜୀ ଗ୍ରୁପର ଚ୍ୟାନେଲରେ ଆଇସିସିର ମ୍ୟାଚ ପ୍ରସାରଣ କରାଯିବ । ଭାରତୀୟ ମିଡିଆ ଖେଳ ପ୍ରସାରଣ ଇତିହାସରେ ଏହା ଏହି ପ୍ରକାରର ପ୍ରଥମ ରଣନୈତିକ ଲାଇସେନ୍ସ ବୁଝାମଣା ।

ଦୁଇ ଗ୍ରୁପର ଏହି ବୁଝାମଣା ଅନୁସାରେ ଏହା ୨୦୨୪ରୁ ଆରମ୍ଭ ହୋଇ ଚାରି ବର୍ଷ ଅର୍ଥାତ ୨୦୨୭ ଯାଏଁ ଚାଲିବ । ଡିଜନୀ ଏବଂ ଜୀ ଏକ ମିଳିତ ବୟାନ ଜାରି କହିଛନ୍ତି, ଏହା ଅନୁସାରେ, ଆଇସିସି ଏହି ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛି ।