ଖେଳ ଆରମ୍ଭ ପୂର୍ବରୁ ଅଘଟଣ: ଭାଙ୍ଗିଲା ଷ୍ଟାଡିୟମ ଛାତ
ଏହି ମ୍ୟାଚର ପ୍ରଥମ ଦିନରେ ଖେଳ ଭଲ ଥିଲା, କିନ୍ତୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଏବଂ ବଜ୍ରପାତ ବାଧକ ସାଜିଥିଲା…
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ ଆରମ୍ଭ ପର୍ବରୁ ଅଘଟଣ । ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି । ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ପ୍ରବଳ ବର୍ଷା ଏବଂ ବଜ୍ରପାତରେ ବ୍ୟାପକ ଅଘଟଣ ଘଟିଛି । ଷ୍ଟାଡିୟମର ଏକ ଛାତ ଭାଙ୍ଗିଯାଇ ତଳେ ପଡିଛି । ଏହା ଏକ ଅସ୍ଥାୟୀ ଷ୍ଟାଣ୍ଡ ବା ଛାତ ଥିଲା । ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ । ଏହି ମ୍ୟାଚର ପ୍ରଥମ ଦିନରେ ଖେଳ ଭଲ ଥିଲା, କିନ୍ତୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ଏବଂ ବଜ୍ରପାତ ବାଧକ ସାଜିଥିଲା । ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ପ୍ରାୟ ୯୦ ମିନିଟ ପୂର୍ବରୁ ପ୍ରବଳ ବର୍ଷା ଓ ପବନ ଆସିଥିଲା । ଏଥିଯୋଗୁଁ ଷ୍ଟାଡିୟମର ଏକ ଅସ୍ଥାୟୀ ଛାତ ଉପୁଡି ଯାଇଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା ସେହି ସମୟରେ କେହି ମଧ୍ୟ ଷ୍ଟାଣ୍ଡରେ ଉପସ୍ଥିତ ନଥିଲେ ।