ଆଜି ଭାରତ-କାନାଡା ମ୍ୟାଚ୍ ମୁକାବଲା

ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ ।  ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି । ଏହି ମ୍ୟାଚ୍‌ ଖେଳାଯିବା ନେଇ କମ୍‌ ସମ୍ଭାବନା ରହିଛି । କାରଣ ଫ୍ଲୋରିଡାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜୁରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ତଥାପି ଏହି ମ୍ୟାଚ୍‌ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁନି। କାରଣ ରୋହିତ ଶର୍ମାଙ୍କ ଦଳ ପ୍ରଥମ ୩ ମ୍ୟାଚ୍‌ ଜିତି ସୁପର-୮ରେ ପହଞ୍ଚିସାରିଛି ।