ବାଂଲାଦେଶକୁ ୮୬ ରନ୍‌ରେ ପରାସ୍ତ କଲା ଭାରତ

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶକୁ ୮୬ ରନ୍‌ରେ ପରାସ୍ତ କରି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍‌ ଆସନ୍ତା ୧୨ ତାରିଖରେ ଖେଳାଯିବ। ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି।