ଭାରତ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ

ଅହମଦାବାଦ: ଭାରତ-ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ଉଭୟ ବିଜୟ ଲକ୍ଷରେ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ଜୋରଦାର ପ୍ରୟାସ କରିବ ।

ଖବର ଅନୁଯାୟୀ, ଟିମ୍‌ ଇଣ୍ଡିଆ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାରେ ବିଜୟୀ ହେଲେ ଶୃଙ୍ଖଳାକୁ ୨-୦ରେ କବ୍‌ଜା କରିବ ଭାରତ । ଯଦି ଇଣ୍ଡିଜ୍ ଆଜିର ମ୍ୟାଚ୍‌ ଜିତିଯାଏ, ତେବେ ଶୃଙ୍ଖଳା ୧-୧ ସ୍ତରକୁ ଆସିବା ସହ ଶନିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହେବ ।

ସିରିଜ୍‌ର ମ୍ୟାଚ୍‌ ଜିତି ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଇଣ୍ଡିଜ୍ ବ୍ୟାଟସମ୍ୟାନଙ୍କୁ ଦକ୍ଷତା ପ୍ରଦର୍ଶନ ଦେଖାଇବାକୁ ପଡ଼ିବ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୦-୩ରେ ପରାଜୟ ପରେ ଏହି ସିରିଜ୍‌ ବିଜୟର ଟାର୍ଗେଟ ରଖି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ସେହିପରି ଦ୍ୱିତୀୟ ଦିନିକିଆରେ ଇଣ୍ଡିଆ ଟିମ୍‌ରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଶିଖର ଧାଓ୍ୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ରେ ଓହ୍ଲାଇ ପାରନ୍ତି ।