କୋଲକାତା : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ବୁଧବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହି ସିରିଜ ପାଇଁ ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ ପଶ୍ଚିମବଙ୍ଗ ସରକାର । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି ।
ବିସିସିଆଇ ନିଷ୍ପତ୍ତି କ୍ରମେ ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି ଅଫିସିଆଲ୍, ବିଭିନ୍ନ ୟୁନିଟ୍ର ପ୍ରତିନିଧି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିମାନେ ମ୍ୟାଚ୍ ଦେଖିପାରିବେ । କିନ୍ତୁ ବେଙ୍ଗଲ କିକେଟ୍ ବୋର୍ଡ଼ (ସିଏବି) ଶେଷ ଦୁଇଟି ମ୍ୟାଚ୍ ପାଇଁ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରିଛି ।