ଆମେରିକାକୁ ୭ ୱିକେଟ ହରାଇଲା ଭାରତ

ଗ୍ରୁପ୍‌‌-ଏରେ ତିନୋଟଇ ଯାକ ମ୍ୟାଚ ଜିତି ଭାରତ ଶ୍ରେଷ୍ଠ ୮ଟି ଦଳଙ୍କ ମଧ୍ୟରେ ସ୍ଥାନ ନିଶ୍ଚିତ କରିଛି। ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି। ନ୍ୟୁୟର୍କର କଠିନ ପିଚ୍‌ରେ ଆମେରିକା ବୁଧବାର ଭାରତକୁ ୧୧୧ ରନ୍‌ର ଲକ୍ଷ୍ୟ ଦେଇଥିଲା। ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।