ଆଜି ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ। ହେବ ଟ୍ରଫି ପାଇଁ ଟକ୍କର। ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ । ରାତି ୮ଟାରେ ବାରବାଡୋସରେ ହେବ ବିଗ୍‌ ଫାଇଟ୍‌ । ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି ।