ଭାରତରେ ହେବ ମହିଳା ୨୦୨୫ ବିଶ୍ୱକପ: ଆଇସିସି
ଆଇସିସି ପକ୍ଷରୁ କୁହାଯାଇଛି ୪ ବର୍ଷରେ ମହିଳା ଟିମ ଚାରୋଟି ବଡ ଟୁର୍ଣ୍ଣାମେଣ୍ଟ ହେବ….
ନୂଆଦିଲ୍ଲୀ : ଭାରତୀୟ ୨୦୨୫ରେ ମହିଳା ଏକଦିବସୀୟ ବିଶ୍ୱକପର ଆୟୋଜକ ହେବ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ଘୋଷଣା କରିଛି । ୨୦୨୪ରୁ ନେଇ ୨୦୨୭ ପର୍ଯ୍ୟନ୍ତ ସବୁ ବଡ ଟୁର୍ଣ୍ଣମେଣ୍ଟ ଆୟୋଜକ କିଏ ହେବେ ସେ ସମ୍ପର୍କରେ ବୁଧବାର ଘୋଷଣା କରିଛି ଆଇସିସି । ଆଇସିସି ପକ୍ଷରୁ କୁହାଯାଇଛି ୪ ବର୍ଷରେ ମହିଳା ଟିମ ଚାରୋଟି ବଡ ଟୁର୍ଣ୍ଣାମେଣ୍ଟ ହେବ ।