ଆଇସିସି ଚାମ୍ପିଅନ୍‌ ଫାଇନାଲରେ ଅଷ୍ଟ୍ରେଲିଆକୁ ଏକ ରନ୍‌ରେ ହରାଇବ ଭାରତ

ଆମେ ନୁହେଁ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଏଭଳି ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ଏବେ ଟିମ୍‌ ଇଣ୍ଡିଆ ବେଶ ସୁଦୃଢ଼ ରହିଛି । ଅଷ୍ଟ୍ରେଲିଆକୁ ପରାଜିତ କରିବାର ଦମ୍‌ ଭାରତ ନିକଟରେ ରହିଛି । ୨୦୨୩ ମସିହାରେ ଅନୁଷ୍ଠିତ ଷଷ୍ଠ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍‌ ହୋଇଥିଲା । ଆଗାମୀ ବିଶ୍ୱକପ୍‌ରେ ଦୁଇଟି ଯାକ ଦଳ ସେମି ଫାଇନାଲକୁ ଉନ୍ନୀତ ହେବାର ଆଶା ରହିଛି ।

ଯଦି ଭାରତ ନ୍ୟୁଜିଲାଣ୍ଡକୁ ଓ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାସ୍ତ କରିଦିଏ, ତେବେ ଭାରତ ତା’ ଗ୍ରୁପର ଶୀର୍ଷକୁ ଯିବ । ଗ୍ରୁପ ବି’ରେ ଅଷ୍ଟ୍ରେଲିଆ ଶୀର୍ଷକୁ ଯିବା ସୁନିଶ୍ଚିତ । ଫଳରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ୍‌ ଖେଳିବେ । ଯଦି ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଓ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ସେମି ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଅଷ୍ଟ୍ରେଲିଆ ଫାଇନାଲକୁ ଯିବା ନିଶ୍ଚିତ କରି କ୍ଲାର୍କ ତାଙ୍କ ଦେଶର ବିଜୟ କାମନା କରିଛନ୍ତି, ମାତ୍ର ତା’ ସହିତ ଭାରତ ଦୃଢ଼ ସ୍ଥିତିରେ ଥିବା କହି ପରିସ୍ଥିତିକୁ କୁହୁଡ଼ି ଭିତରେ ରଖିଛନ୍ତି ।