ଏସିଆ କପ୍‌ ମ୍ୟାଚ୍‌ରେ ଭାରତ ବିଜୟ

ଭାରତୀୟ ବୋଲରମାନେ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ…..

ଦୁବାଇ: ଆଜି ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରିଛି। ଆଜି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଥିଲା। ଭାରତୀୟ ବୋଲରମାନେ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ ଚକମା ଦେଖାଇ ପାରି ନ ଥିଲେ। ଆଜି ଭାରତ-ପାକିସ୍ତାନ ଭିତରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚ ଶେଷ ଓଭର ଯାଏଁ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା । ଶେଷ ଓଭରରେ ୬ ରନ ଆବଶ୍ୟକତା ଥିବା ବେଳେ ଛକା ମାରି ମ୍ୟାଚ ଜିତାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।