ଟି-୨୦ ୨ୟ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି

ରାଞ୍ଚି : ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା । ଏହି ବିଜୟ ସହ ଚଳିତ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଭାରତୀୟ ଦଳର ମନୋବଳ ବେଶ ଉଚ୍ଚ ରହିଛି ।

ଆଜି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ମହମ୍ମଦ ସିରାଜଙ୍କ ସ୍ଥାନରେ ହର୍ସଲ ପଟେଲଙ୍କୁ ଟିମରେ ସାମିଲ କରାଯାଇଛି । ଏହା ସହିତ ହର୍ସଲ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି । ପୂର୍ବତନ ଦ୍ରୁତ ବଲର ଅଜିତ ଆଗରକର ତାଙ୍କୁ ଭାରତୀୟ ଦଳର କ୍ୟାପ (ଟୋପି) ପ୍ରଦାନ କରି ତାଙ୍କୁ ଦଳକୁ ସ୍ବାଗତ କରିଥିଲେ । ଆଜିର ମ୍ୟାଚ ଜିତି ଭାରତ ସିରିଜ ଜିତିବାକୁ ଉଦ୍ୟମ କରିବ ।

ଅନ୍ୟପକ୍ଷରେ ଆଜି ନ୍ୟୁଜିଲାଣ୍ଡ ଟିମରେ ୩ଟି ପରିବର୍ତ୍ତନ କରାଯାଇଛି । ଦଳକୁ ନିସାମ, ସୋଡି ଓ ମିଲନେ ଫେରିଛନ୍ତି । ସେମାନେ ରାଚିନ, ଆସଲେ ଓ ଫର୍ଗୁସନଙ୍କ ସ୍ଥାନରେ ଆସିଛନ୍ତି । ଏସବୁ ଅଭିଜ୍ଞ ଖେଳାଳି ଆସିବା ପରେ ଦଳର ଶକ୍ତି ବୃଦ୍ଧି ପାଇବା ଆଶା କରାଯାଉଛି ।

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର୍।

ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ୍, ଡାରିଏଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଟିମ୍ ସିଫର୍ଟ (ୱିକେଟ୍ କିପର), ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଟିମ୍ ସାଉଦୀ (କ୍ୟାପଟେନ୍), ଟଡ୍ ଆଷ୍ଟଲ୍, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।