ଡରି ଡରି ଖେଳୁଥିଲେ ଭାରତୀୟ ଖେଳାଳି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଏଜବାଷ୍ଟନଠାରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ଏଥିଯୋଗୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଛନ୍ତି । ଦଳର ଏଭଳି ପ୍ରଦର୍ଶନକୁ ନେଇ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ଖପ୍ପା ହୋଇଛନ୍ତି । ଶାସ୍ତ୍ରୀ କହିଛନ୍ତି ପଞ୍ଚମ ଟେଷ୍ଟର ଚତୁର୍ଥ ଦିନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସମୟରେ ଭାରତର ‘ଭୟ’ ଏବଂ ଖେଳରେ ‘ପ୍ରତିରକ୍ଷା’ ମନୋଭାବ ଯୋଗୁ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ମିଳିଗଲା । ଏହା ବେଶ ନିରାଶାଜନକ । କାରଣ ଭାରତୀୟ ଦଳ ଭଲ ବ୍ୟାଟିଂ କରି ଘରୋଇ ଦଳ ହାତରୁ ମ୍ୟାଚ ଛଡ଼ାଇ ନେଇ ପାରିଥାନ୍ତେ ।

ସେମାନଙ୍କୁ ଦୁଇଟି ଅଧିବେଶନ ପାଇଁ ବ୍ୟାଟିଂ କରିବାର ଥିଲା । ହେଲେ ସେମାନେ ମଧ୍ୟାହ୍ନ ଭୋଜନ ବିରତି ପରେ ଡରି ଡରି ଖେଳୁଥିଲେ । ଉଇକେଟ ହରାଇଥିଲେ ମଧ୍ୟ ସେମାନେ ରିସ୍କ ନେଇଥାନ୍ତେ । କାରଣ ସେହି ସମୟରେ ରନର ଆବଶ୍ୟକତା ଥିଲା । ହେଲେ ସେମାନେ ତାହା ନ କରି ଶୀଘ୍ର ଉଇକେଟ ହରାଇଥିଲେ । ଫଳରେ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଯଥେଷ୍ଟ ସମୟ ମିଳିଗଲା ।