ଆଇପିଏଲ୍ ୨୦୨୫ ର ବଡ ଘୋଷଣା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୫ । ଆଇପିଏଲର ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନଠାରେ ମାର୍ଚ୍ଚ ୨୨ରେ କୋଲକାତା- ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ଗତଥର ଭଳି ଏଥର ବି ଆଇପିଏଲରେ ୧୦ଟି ଟିମ ଭାଗନେଉଛନ୍ତି । ମୁହାଁମୁହିଁ ହେବେ ଦୁଇ ଦଳ କୋଲକାତା ନାଇଟ ରାଇଡର୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଫାଇନାଲ ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ ଯାହାର ତାରିଖ ମେ ୨୫ ସ୍ଥିର କରାଯାଇଛି । ଆଇପିଏଲ ୨୦୨୫ରେ ୭୪ ମ୍ୟାଚ ରହିବ । ୧୩ଟି ସ୍ଥାନ ଚୟନ କରାଯାଇଛି ମ୍ୟାଚ ପାଇଁ ତାହା ମଧ୍ୟରୁ ବିଶାଖାପଟନମ୍, ଗୌହାଟୀ ଓ ଧର୍ମଶାଳା ଭଳି ନାମ ରହିଛି ଏହା ବିସିସିଆଇ ଦ୍ୱାରା ଘୋଷଣା ହୋଇଛି