ଟି-୨୦ରୁ ଅବସର ନେଲେ ଇକବାଲ

ତା ସହ ବାଂଲାଦେଶର ପ୍ରଥମ ବ୍ୟାଟର ଭାବେ ତମିମ ଟି-୨୦ରେ ଶତକ ହାସଲ କରିଛନ୍ତି….

ନୂଆଦିଲ୍ଳୀ: ବାଂଲାଦେଶ ବ୍ୟାଟର ତମିମ ଇକବାଲ ଟି-୨୦ରୁ ଅଚାନକ ଅବସର ଘୋଷଣା କରିଛନ୍ତି । ବାଂଲାଦେଶ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚରେ ୪ୱିକେଟରେ ପରାସ୍ତ କରିବା ପରେ ହଠାତ ଅବସର ଘୋଷଣା କରିଛନ୍ତି ଇକବାଲ । ସେ ଲେଖିଛନ୍ତି ଆଜିଠାରୁ ମୁଁ ଟି-୨୦ରୁ ଅବସର ନେଲି ବୋଲି ଭାବନ୍ତୁ । ସମସ୍ତଙ୍କୁ ଧନ୍ୟବାଦ । ତମିମ ଶେଷଥର ପାଇଁ ମାର୍ଚ୍ଚ ୨୦୨୦ରେ ଜିମ୍ବାୱେ ବିରୋଧରେ ଘରୋଇ ପଡ଼ିଆ ଟି-୨୦ ମ୍ୟାଚ ଖେଳିଥିଲେ । ଏହାପରେ ଆହତ ଓ ଅନ୍ୟାନ୍ୟା କାରଣରୁ ସେ ଟି-୨୦ରୁ ଦୂରେଇ ରହିଥିଲେ । ଇକବାଲ ୭୮ ଟି-୨୦ ମ୍ୟାଚ ଖେଳିଥିବା ବେଳେ ୧୭୫୮ ରନ କରିଛନ୍ତି । ତା ସହ ବାଂଲାଦେଶର ପ୍ରଥମ ବ୍ୟାଟର ଭାବେ ତମିମ ଟି-୨୦ରେ ଶତକ ହାସଲ କରିଛନ୍ତି । ଟି-୨୦ରୁ ଅବସର ନେଇଥିଲେ ବି ତମିମ ଦିନିକିଆ ଓ ଟେଷ୍ଟ ଖେଳିବା ଜାରି ରଖିବେ ।