ମୁମ୍ବାଇ: ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଗତ ଆଇପିଏଲ ନୈରାଶ୍ୟଜନକ ଥିଲା । ଆଇପିଏଲ-୧୫ ସିଜିନ ଆରମ୍ଭ ବେଳେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡିଥିଲେ । ଏହାପରେ ଜାଡେଜାଙ୍କୁ ନେତୃତ୍ୱ ଭାର ଦିଆଯାଇଥିଲା । କିନ୍ତୁ ସେ ଫେଲ ମାରିଥିଲେ । ସେ ମଧ୍ୟ ଅଧାରୁ ନେତୃତ୍ୱ ଛାଡି ଦେଇଥିଲେ । ଏହି ବିବାଦ ମଧ୍ୟରେ ଜାଡେଜା ଆଉ ଚେନ୍ନାଇ ସୁପର କିଙ୍ଗସକୁ ଫେରିବାକୁ ଚାହୁଁ ନାହାଁନ୍ତି । ସେ ଆଗାମୀ ନିଲାମୀରେ ଭାଗ ନେବେ ବୋଲି ଶୁଣିବାକୁ ମିଳୁଛି । ଏପରିକି ପୂର୍ବରୁ ଜାଡେଜା ଓ ସିଏସକେ ପରସ୍ପରକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନଫଲୋ କରିସାରିଛନ୍ତି ।
ଏବେ ଜାଡେଜା ଇନଷ୍ଟାଗ୍ରାମରେ ଚେନ୍ନାଇ ସୁପର କିଙ୍ଗସ ସମ୍ବନ୍ଧୀୟ ସମସ୍ତ ପୋଷ୍ଟ ହଟାଇ ଦେଇଛନ୍ତି । ନିକଟରେ ଜାଡେଜା ସିଏସକେ ପେଜରେ କରିଥିବା ଅନେକ ରିପ୍ଲାଏକୁ ଡିଲିଟ କରିଦେଇଛନ୍ତି । ସୂଚନାଯୋଗ୍ୟ, ଜାଡେଜା ୨୦୧୨ରେ ସିଏସକେରେ ସାମିଲ ହୋଇଥିଲେ । ସେବେଠୁ ୨୦୨୧ ମଧ୍ୟରେ ସିଏସକେ ଅନେକ ଥର ଚାମ୍ପିଅନ ହୋଇଛି ।