ତାମିଲନାଡୁର ଚେନ୍ନାଇରେ ଅନୁଷ୍ଠିତ ୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୫ ରେ ମହିଳା ଟି-୧୨ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପାରା-ଆଥଲେଟ୍ ଜାନକୀ ଓରାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଏହା ହେଉଛି ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଆମ ଦଳ ପାଇଁ ଏକ ଭଲ ଆରମ୍ଭ । ଆମର ସମସ୍ତ ଆଥଲେଟ୍ ମାନଙ୍କୁ ଆଗାମୀ ଇଭେଣ୍ଟଗୁଡିକ ପାଇଁ ଶୁଭେଚ୍ଛା ।