ଚେନ୍ନାଇ : ଆଇପିଏଲ-୨୦୨୪ର ଫାଇନାଲ ଫାଇଟରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଚମ୍ପିଆନ୍ ସାଜିଛି କୋଲକାତା ନାଇଟ ରାଇଡର୍ସ । ଏହି ବିଜୟ ସହ କୋଲକାତା ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ଏହି ଟ୍ରଫି ନିଜର କରିଛି । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନର ସବୁଠୁ ସଫଳ ଅଧିନାୟକ ପ୍ୟାଟ କମିନ୍ସଙ୍କ ସେନାକୁ ଚକମା ଦେଇ ଶ୍ରେୟସ କୋଲକାତାକୁ ଚମ୍ପିଆନ୍ କରାଇଛନ୍ତି ।
ପ୍ରଥମେ କୋଲକାତା ନାଇଟ ରାଇଡର୍ସ ଚମ୍ପିଆନ୍ ସାଜିଥିବା ବେଳେ ଦଳକୁ ଚେକ୍ ଏବଂ ମେଡାଲ ପ୍ରଦାନ କରାଯାଇଛି । ଏହାପରେ ସନରାଇଜର୍ସ ହାଇଦ୍ରାବାଦ ରନର୍ସ ଅପ୍ ରହିଛି । ତେବେ ବିଜୟୀ ଦଳ କୋଲକାତାକୁ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ ହାଇଦ୍ରାବାଦକୁ ୧୨.୫ କୋଟି ଟଙ୍କା ଦିଆଯାଇଛି । ଏହାବ୍ୟତୀତ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ସିଜନରେ ସର୍ବାଧିକ ୭୪୧ ରନ୍ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ।