କୋଲକାତା ଜିତିଲା ପ୍ରଥମ ମ୍ୟାଚ୍

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଜି ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍ ଜିତିଛି କୋଲକାତା ନାଇଟ ରାଇଡର୍ସ। ଶୁବମନ ଗିଲଙ୍କ ପ୍ରଭାବୀ ୭୦ ରନ ସାହାଯ୍ୟରେ ଦଳ ଏସଆରଏଚକୁ ୭ ୱିକେଟରେ ପରାସ୍ତ କରିଛି।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ ଅଧିନାୟକ ଡେଭିଡ଼ ୱାର୍ଣ୍ଣର। ତେବେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳ ଅଧା ନିର୍ଭର କରୁଥିବା ବେଳେ ଉଭୟେ ଜଲଦି ଆଉଟ ହୋଇଥିଲେ। ବେୟାରଷ୍ଟୋ ୫ ରନ ଏବଂ ୱାର୍ଣ୍ଣର ୩୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ମନିଷ ପାଣ୍ଡେଙ୍କ ୫୧ ରନ ସାହାଯ୍ୟରେ ଦଳ କୋଲକାତା ପାଇଁ ୧୪୨ ରନର ଟାର୍ଗେଟ ରଖିବାକୁ ସକ୍ଷମ ହୋଇଥିଲା।

IPL 2020 LIVE SCORE, KKR vs SRH Match: Shubman Gill, Eoin Morgan lead  Kolkata to victory by 7 wickets - Firstcricket News, Firstpost

ଏପଟେ କୋଲକାତା ପାଇଁ ଓପନ କରିବାକୁ ଆସି ଶୂନରେ ଆଉଟ ହୋଇଥିଲେ ସୁନିଲ୍ ନାରାଇନ। ଅଧିନାୟକ ଦିନେଶ କାର୍ତ୍ତିକ ମଧ୍ୟ ବିନା ରନରେ ପ୍ୟାଭିଲିୟନ ଫେରିଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଧର୍ଯ୍ୟ ସହକାରେ ଖେଳି ଶେଷ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହିଥିଲେ। ତାଙ୍କର ସାଥ ଦେଇଥିଲେ ଇଂଲଣ୍ଡ ଅଧିନାୟକ ଓଇନ ମୋର୍ଗାନ। ଗିଲ୍ ୭୦ ରନ କରିଥିବା ବେଳେ ମୋର୍ଗାନ୍ ୪୨ ରନ କରିଥିଲେ।

ପ୍ରଥମ ମ୍ୟାଚ୍ କେକେଆର ମୁମ୍ବାଇଠୁ ହାରିଥିଲା। ତେବେ ଆଜିର ମ୍ୟାଚକୁ ଦଳ ଜିତି ନେଇଥିବାରୁ ଖେଳାଳିଙ୍କ ଉପରେ ଚାପ ସାମାନ୍ୟ କମ ହୋଇଛି। ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚ୍ ହାରି ହାଇଦ୍ରାବାଦ ପଏଣ୍ଟ ଟେବୁଲର ପଛରେ ପଡ଼ିଯାଇଛି। ଆଜି ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରି ଶୁବମନ ଗିଲ୍ ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ଜିତିଛନ୍ତି।