ହାଇଦରାବାଦକୁ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ

ହାଇଦରାବାଦ : ଆଇପିଏଲ୍‌ରେ ଗୁରୁବାର କର ବା ମର ମ୍ୟାଚ୍‌ରେ ବିଜୟୀ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ମାତ୍ର ୫ ରନ୍‌ରେ କେକେଆର୍ ପରାସ୍ତ କରିଛି। ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ​କୋଲକାତା ୯ ୱିକେଟରେ ୧୭୧ ରନ୍‌ କରିଥିଲା।

ପରେ ଐଡେନ ମାର୍କରାମ ଓ ହେନ୍‌ରିକ୍‌ କ୍ଲାସେନ୍‌ଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ସନ୍‌ରାଇଜର୍ସ ୭ ୱିକେଟ ହରାଇ ୧୬୩ ରନ୍‌ କରି ପାରିଥିଲା। କୋଲକାତା ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ସନ୍‌ରାଇଜର୍ସ ୯ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।