ଇଂଲଣ୍ଡ ଗସ୍ତରୁ ବାଦ ପଡିବେ କେଏଲ ରାହୁଲ!

ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟ ଦଳକୁ ରାହୁଲ ଫେରିବା ନେଇ ଆଶଙ୍କା ଦେଖା ଦେଇଛି….

ନୂଆଦିଲ୍ଲୀ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଆସନ୍ତା ୧ରୁ ୫ ମଧ୍ୟରେ ଖେଳାଯିବ ଏକମାତ୍ର ଟେଷ୍ଟ । ଏଥିପାଇଁ ଭାରତୀୟ ଟେଷ୍ଟ ଦଳର ସଦସ୍ୟମାନେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ଆହତ ରାହୁଲ ଏନସିଏରେ ଫିଟନେସ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟ ଦଳକୁ ରାହୁଲ ଫେରିବା ନେଇ ଆଶଙ୍କା ଦେଖା ଦେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟି-୨୦ ସିରିଜ ପାଇଁ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ପ୍ରଥମ ମ୍ୟାଚ ପୂର୍ବରୁ ସେ ଆହତ ହୋଇଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଫିଟ ହେବା ସମ୍ଭାବନା ନାହିଁ । ତେଣୁ ଉକ୍ତ ଟେଷ୍ଟରେ ରାହୁଲ ଖେଳିପାରିବେ ନାହିଁ ।