ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣ ହେବେ ମୁଖ୍ୟ କୋଚ

ତେଣୁ ଏହି ମ୍ୟାଚରେ କୋଚ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରିଛି ବିସିସିଆଇ…

ନୂଆଦିଲ୍ଲୀ : ଏବେ ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ । ଉଭୟ ଦଳ ଏବେ ପଞ୍ଚମ ଟେଷ୍ଟ ଖେଳୁଥିବା ବେଳେ ଏହାପରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ । ଆଜିଠାରୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରୁ ଗସ୍ତ ଆରମ୍ଭ କରିବ ଭାରତ । ତେବେ ଏହି ସିରିଜରେ ଦଳର ନିୟମିତ କୋଚ ରାହୁଲ ଦ୍ରାବିଡଙ୍କ ବ୍ୟତୀତ ଅନ୍ୟ ଜଣେ ମୁଖ୍ୟ କୋଚ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ କୋଚିଂ କରିବେନି ରାହୁଲ ଦ୍ରାବିଡ । ତାଙ୍କ ସ୍ଥାନରେ ଏନସିଏର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଦଳର କୋଚ ଭାବେ ନିୟୋଜିତ ହୋଇଛନ୍ତି ।

୫ ତାରିଖରେ ଟେଷ୍ଟ ମ୍ୟାଚ ଶେଷ ହେବାକୁ ଥିବା ବେଳେ ୭ ତାରିଖ ଆରମ୍ଭ ହେଉଛି ଟି-୨୦ ସିରିଜ । ତେଣୁ ଏହି ମ୍ୟାଚରେ କୋଚ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରିଛି ବିସିସିଆଇ । ଟେଷ୍ଟ ଏବଂ ଟି-୨୦ ସିରିଜ ମଧ୍ୟରେ ମାତ୍ର ଗୋଟିଏ ଦିନ ଗ୍ୟାପ ରହିଥିବାରୁ ଏହି ମ୍ୟାଚରେ ଦ୍ରାବିଡଙ୍କୁ ଆରାମ ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଅବଶିଷ୍ଟାଂଶ ମ୍ୟାଚରେ ପୁଣି ଥରେ ସେ ନିଜ ଦାୟିତ୍ୱକୁ ଫେରିବେ ।