ଘରୋଇ ହିଂସା ମାମଲାରେ ଲିଆଣ୍ଡର ପେସଙ୍କୁ ଝଟକା

ନୂଆଦିଲ୍ଲୀ : ଟେନିସ ଷ୍ଟାର ଲିଆଣ୍ଡର ପେସ ଘରୋଇ ହିଂସା ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଲିଆଣ୍ଡର ପେସ ବିରୋଧରେ ଗର୍ଲଫ୍ରେଣ୍ଡ ରିୟା ପିଲ୍ଲାଇ ଘରୋଇ ହିଂସା ମାମଲାରେ ଅଭିଯୋଗ ଆଣିଥିଲେ । ଏହି ମାମଲାର କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।

ପେସ ନିଜର ପୂର୍ବତନ ପାର୍ଟନର ରିୟାଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଘରୋଇ ହିଂସା କରିଛନ୍ତି । ୨୦୧୪ରେ ରିୟା ପେସଙ୍କ ବିରୋଧରେ ଘରୋଇ ହିଂସା ସମ୍ବନ୍ଧିତ ମାମଲାର ଦାୟର କରିଥିଲେ । ଏବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରିୟା ଅଲଗା ରହିବାକୁ ଚାହୁଛନ୍ତି, ତାହେଲେ ପେସ୍‌ ତାଙ୍କୁ ମାସିକ ଭରଣ ପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ ଭଡ଼ା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବେ ।

ସୂଚନାଯୋଗ୍ୟ ଯେ, ପେସ୍‌ ତାଙ୍କ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସହ ୮ ବର୍ଷ ଧରି ଲିଭ୍‌-ଇନରେ ରହୁଥିଲେ । ପେସ୍‌ ନିଜ କାର୍ଯ୍ୟ ଏବଂ ଆଚରଣ ମାଧ୍ୟମରେ ତାଙ୍କୁ ମୌଖିକ, ଭାବପ୍ରବଣତା ଏବଂ ଆର୍ଥିକ ଶୋଷଣ କରିଥିବା ନେଇ ଦାବି କରିଥିଲେ । ସେହିପରି ମାଜିଷ୍ଟ୍ରେଟ କହିଛନ୍ତି ଯେ, କି ଯଦି ପିଲାଇ ନିଜ ପାର୍ଟନରଙ୍କ ସହ ରହିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଭଡ଼ା ପାଇଁ ପ୍ରାପ୍ୟ ମିଳିବ ନାହିଁ । ପେସ ବର୍ତ୍ତମାନ ଅଭିନେତ୍ରୀ କିମ ଶର୍ମାକୁ ଡେଟ କରୁଥିବା ଜଣାପଡିଛି ।