ଗାଭାସ୍କରଙ୍କ ନାମରେ ଲିସେଷ୍ଟର ପଡ଼ିଆ

ଗାଭାସ୍କର ବିଶ୍ୱ କ୍ରିକେଟର ଜଣେ ବ୍ରାଣ୍ଡ ଭାବେ ପରିଚିତ…..

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ଭାବେ ସୁନିଲ ଗାଭାସ୍କରଙ୍କ ନାମରେ ୟୁରୋପୀୟ ଦେଶରେ ଷ୍ଟାଡିୟମ ନାମିତ ହୋଇଛି । ଇଂଲଣ୍ଡର ଲିସେଷ୍ଟର ପଡ଼ିଆକୁ ଗାଭାସ୍କରଙ୍କ ନାମରେ ନାମିତ କରାଯାଇଛି । ଗାଭାସ୍କର ବିଶ୍ୱ କ୍ରିକେଟର ଜଣେ ବ୍ରାଣ୍ଡ ଭାବେ ପରିଚିତ । ଗାଭାସ୍କରଙ୍କର ଏକ ବିଶାଳ ଫଟୋ ଲିସେଷ୍ଟର ଷ୍ଟାଡିୟମ ପ୍ୟାଭିଲିଅନକୁ ଆଛାଦିତ କରିଛି । ଗାଭାସ୍କର ଏହାର ନାମ ଫଳକକୁ ଉନ୍ମୋଚନ କରିବେ ।