ସେମିରେ ହାରିଲେ ଲଭଲିନା

ଜାପାନ : ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି ଭାରତୀୟ ବକ୍ସର ଲଭଲିନା । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍‌ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି । ଟୋକିଓ ଅଲିମ୍ପିକ୍ସର ତ୍ରୟୋଦଶ ଦିନରେ ଭାରତୀୟ ନିରାଶ ହୋଇଥିଲେ ସୁଦ୍ଧା ଦେଶକୁ ଏକ ପଦକ ନିଶ୍ଚିତ ହୋଇଛି । ବିଶ୍ୱ ଚାମ୍ପିଅନ୍‌ ବୁସେନାଜ୍‌ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍‌ ହାରିଛନ୍ତି । ପୂର୍ବରୁ ଭାରତୀୟ ରେସଲରମାନେ ଭଲ ପ୍ରଦର୍ଶନ କରିଥିଲେ । ରବି କୁମାର ଏବଂ ଦୀପକ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।