ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ କ୍ୟାପଟେନ କୁଲ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଧୋନୀ ନିଜର ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଆଉ ତାଙ୍କର ହେୟାର ଷ୍ଟାଇଲକୁ ବି ଲୋକେ ବହୁତ ପ୍ରଶଂସା କରୁଛନ୍ତି । ତାଙ୍କ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ ଇନଷ୍ଟା ଏହି ଫଟୋ ପୋଷ୍ଟ କରିଛନ୍ତି । ନିଜର କ୍ରିକେଟ କ୍ୟାରିୟର ମଧ୍ୟରେ ମାହି ନିଜର ନୂଆ ନୂଆ ହେୟାର ଷ୍ଟାଇଲ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । କେତେବେଳ ଲମ୍ୱା କେଶ ତ ଆଉ ବିଶ୍ୱବିଜେତା ପରେ ନିଜର ମୁଣ୍ଡନ କରିବା । ଏବେ ସେ ଆଇପିଏଲ ପାଇଁ ପ୍ରିପେୟାର ହେଉଛନ୍ତି ।